Sunday, September 11, 2016

ସମୟ ର ଗାର


ସମୟ ର ଗାର

ଖୋଜି ପାରିଲୁକି ଅତୀତର ନକ୍ସା , ଆଙ୍କି ପାରିଲୁକି ଇତିହାସ ଚିତ୍ର
      ପୁନ୍ହସଂଗଠିତ ଚିହ୍ନ ଙ୍କୁ ନେଇ  
ତୋ ସମସ୍ତ କଳ୍ପନା ଓ ସବୁ ଅନୁମାନ,    ତଥାକଥିତ ଜ୍ଞାନ ଓ ବିଜ୍ଞାନ 
          ଭରି ପାରିଲେକି ଅନ୍ତରାଳମାନ
ଯା'ର ହସ୍ତାକ୍ଷର ପାଞ୍ଜି ରେ ନାହିଁ,   ଯା'ର ହସ୍ତାକ୍ଷର ପାଞ୍ଜି ରେ ନାହିଁ   


ଜଦି ସମୟର ଢେଉ ଧୋଏ  ସବୁ ଗାର
ପୁଣି ପାରିବୁକି ଗଢି ତାକୁ ତୁ କେବେ 
ପାଇବୁ କାହୁଁ ସେ ଅତୀତର ଶବ୍ଦ                    ଯାହା ଲିଭିଛି ପହଂଚି ଅନ୍ଧାର ଗର୍ଭେ
 ଯାହା ଲିଭିଛି ପହଂଚି ଅନ୍ଧାର ଗର୍ଭେ 

ତୋ ଅବିଶ୍ବାସ ଦେଇ ପାରେ କି ଉତ୍ତର 
ବିଶ୍ଵାସ ପଛିକା ନେଦେଲା ଶୁଣି 
ଯାହା ଦିଶେ ନାହିଁ ଥାଇ ପାରେ ନାହିଁ           ସତେ ଜାଣିକି ପାରିଲୁ  ସବୁ  ତୁ ଜାଣି !
ସତେ ଜାଣିକି ପାରିଲୁ  ସବୁ  ତୁ ଜାଣି !




       - ପ୍ରଭୁଙ୍କ କୃପାରୁ, ଅଭିଜିତ ଓଁ 

Thursday, September 8, 2016

ଏକାକାର



ଏକାକାର


ନା ଅଛି ମୋର ମୁହଁ, ନା ଅଛି ମୋର ମୁଖା
ନା ଅଛି ମୋର ଦେହ, ନା ଅଛି କିଛି ଦୁଃଖ
ନା ମୁ ଅଚିଂନା, ନା ଅଛି ମୋ ଆକାର
କଥା ଟିଏ ଅଛି ସତ, ନାହିଁ ଶବ୍ଦ ସ୍ବର, ନାହିଁ ଶବ୍ଦ ସ୍ବର


ନା ଅଛି ମୋର ବାସ୍ନା, ନା ଅଛି ମୋର ଗନ୍ଧ

ନା ଅଛି ମୋର ସ୍ଵାଦ, ନା ବାସନା ବେସ୍ଵାଦ
ନା ଅଛି ମୋ କାମନା, ନା ଅଛି ମୋର ସ୍ପର୍ଶ
କିନ୍ତୁ ଅନୁଭୂତି ଅଛି ମୋର ଅଦ୍ଭୁତ ଅଶ୍ରୁତ, ଅଦ୍ଭୁତ ଅଶ୍ରୁତ

ନାହିଁ ମୋର ମନ, ନାହିଁ ଚଞ୍ଚଳତା

ନାହିଁ ମୋର ପ୍ରାଣ, ନା ଅଛି ଲାଳସା
ନା ଅଛି ହୃତପିଣ୍ଡ କିନ୍ତୁ ହୃଦୟେ ମୁ ସ୍ଥିତ
ଖୋଜୁ ମତେ ଏଠି ସେଠି ହେଲେ ମୁ ତୋର ନିଶ୍ଵାସ, ମୁ ତୋର ନିଶ୍ଵାସ


 ନଜାଣି ନଚିନ୍ହହି ମୋତେ ଦଉ କୋଟି ନାମ

ନା ଚାହେଁ ସୁନାମ ନା ମୁ ହେବି ବଦନାମ
 ଅଜଣା ଅଚିଂନା ମୁହିଁ ନାହିଁ ପରିଚୟ
ବିଶ୍ୱାସେ ବସଇ କରେ ବିଶ୍ୱାସେ  ବିସ୍ମୟ, ବିଶ୍ୱାସେ  ବିସ୍ମୟ


ନିରାକାର ଅଟେ ମୁହିଁ ନୀରବେ ମୁ ସ୍ଥିତ

ପ୍ରତି ପରମାଣୁ ମଧ୍ୟେ ଅଟେ ଅନ୍ତରୀକ୍ଷ
ମୁ ଜଡ଼ ଚେତନା ଅଟେ, ମୁ ସକଳ ଶକତି
ସର୍ବଜନେ ସ୍ଥିତ ଥାଏ ମୁ ଭକତ ଭକତି, ଭକତ ଭକତି


ମୁ ତୋର ଅହଂକାର ମୁ ତୋର ଚେତନା

ନା ପାରୁ ତୁ ମୋତେ ଛାଡି, ନା ମୁ ପାରେ ତୋ ବିନା
ମତେ ଜାଣୁ ଯଦି କେବେ ଜାଣିବୁ ସମସ୍ତ
ହରାଇ ନିଜକୁ କିନ୍ତୁ ଜିଣିବୁ ଜଗତ, ଜିଣିବୁ ଜଗତ


--- ଶ୍ରୀ ହରି ଙ୍କ କୃପାରୁ  ଅଭିଜିତ ଓଁ

Sunday, November 15, 2015

ଶିଶୁ

ଶିଶୁ

ହୁଏ ପୁଣି ତାର ପ୍ରଥମ ସ୍ପର୍ଶ 
ଅବିରତ କ୍ରନ୍ଦନ ରତ 
କାନ୍ଦେ ଖୋଜି ମା ମମତାର ସ୍ପର୍ଶ 
ଅବା ଚାହିଁ ଦୁଇବୁନ୍ଦା ଅମୃତର ରସ

କାନ୍ଦିବାର ଅର୍ଥ କେବେ ଦୃଷ୍ଟି ଆକର୍ଷଣ 
କେବେ ଭୋକ, କଷ୍ଟ, ଓ ଅକୁହା ଶବ୍ଦର ମିଶ୍ରଣ 


ସ୍ପନ୍ଦନର  ମେଳ ହୁଏ ମାର କୋଳରେ 
ଆଶ୍ଵାସନା ପାଏ ମାତ୍ର ପ୍ରଥମ ଥରରେ 
ମନୋବଳ ଦୃଢହୁଏ ବଂଚିଉଠିବାର 
ମୁହୂର୍ତ୍ତକେ ହୁଏ କେତେ ଆଶାର ସଂଚାର


ଇଛା, ପ୍ରାଣ ଶକ୍ତି ବେଳେ, ଚାଲି ଶିଖିବାରେ ମନ 
ପ୍ରଗାଢ ବିଶ୍ଵାସ ଆଉ ଉତ୍ସ୍ୟାହ  ଅଦମ୍ୟ 
ବାରମ୍ବାର ପଡ଼ି଼ତଳେ ନିଜେ ଚାଲି ଶିଖେ ସିଏ 
ପ୍ରକୁତିକୁ ନିଜ ଅସ୍ତିତ୍ବର ପ୍ରମାଣ ଯୋଗାଏ
ପ୍ରକୁତିକୁ ନିଜ ଅସ୍ତିତ୍ବର ପ୍ରମାଣ ଯୋଗାଏ


- ମାଙ୍କ କୃପାରୁ ଅଭିଜିତ ଓଁ



  

Monday, December 15, 2014

ପ୍ରାର୍ଥନା

ପ୍ରାର୍ଥନା

କକ୍ଷ୍ୟଚ୍ୟୁତ ଗ୍ରହଟିଏ  ଅଟେ  ମୁଁ  ମା
ଏଇ ଅନନ୍ତ ଅନ୍ତରୀକ୍ଷରେ 
ମୋ ସୁରୁଜଙ୍କୁ ଖୋଜି ବୁଲେ ପ୍ରତିକ୍ଷଣ 
ନୀରବରେ, ଘନ ଅନ୍ଧାରେ

କୋହଭରା ଏଇ ଛାତିରେ ଦିଅ ମା
ଥରଟିଏ ତୁମ ପରଶ 
କୋଳେ ମୁଣ୍ଡ ଦେଇ ଶୋଇପଡେ ମାଗୋ 
ମୁଖେ ଦିଅ ଚିର ହରଷ 

ପାଇ ହଜାଇଛି ବାରବାର ମୁହିଁ 
ଉର୍ଧ୍ଵ ଚେତନା ଓ ଉଷାର ପ୍ରକାଶ 
ମୂଢ଼, ଅକିଞ୍ଚନ ଆଉ ଅପ୍ରସ୍ତୁତ ଅଟେ
ପୁଣି ବରଷାଅ ତୁମ ଆଶିଷ 

ଜଣାନାହିଁ ମୋତେ ବୁଦ୍ଧି ବିଦ୍ୟା କିଛି 
ମନ୍ତ୍ର, ତନ୍ତ, ଜ୍ଞାନ,  କୋଉଶଳ
ଜାଣେ ତୁ ଅଟୁ ବ୍ରମହାଣ୍ଡ ଜନନୀ 
ମୁଁ ତୋର ଆଉ ତୁ ମୋର

ତୁ ମୋ ସୁରୁଜ, ମୋ ଜୀବନ ଯୌବନ 
ତୁ ମୋର ଦେହ ମନପ୍ରାଣ 
ଦବୁ ଯଦି କିଛି, ଦେ ମୋତେ ଶକ୍ତି 
ତୋ ପାଦେ କରେ ପୁର୍ଣ ସମର୍ପଣ      
ତୋ ପାଦେ କରେ ପୁର୍ଣ ସମର୍ପଣ

- ମାଙ୍କ କୃପାରୁ, ଅଭିଜିତ ଓଁ

Thursday, November 15, 2012

କବିତାଟିଏ ମୁଁ

କବିତାଟିଏ ମୁଁ

କବିତାଟିଏ ମୁଁ,
କେତେବେଳେ ଆଶାବରୀ ତ
କେତେବେଳେ ପାଣିଚିଆ ଆଖିର ସପନ 
ପୁଣି ମୁଁ କେବେ କାହାର ପିଲାଦିନ
କାହା ପ୍ରେମିକାର ଅବୁଝାପଣିଆ ତ, ଆଉ କେବେ ଅଭିମାନ 
   
ଵିଶ୍ଵାସଘାତ ର ଲୁହ ମୁଁ,
ପୁଣି କେବେ ବିରହର କୋହ ମୁଁ,
କେତେ ଇତିହାସ, କେତେ ଭଙ୍ଗା ସ୍ବପ୍ନଙ୍କୁ ଛାତିତଳେ ଜାବୁଡି ରଖି,
ଅନିଦ୍ରା ଆଖିରୁ ଉତୁରି ଆସିଥିବା 
କବିତାଟିଏ ମୁଁ,
କବିତାଟିଏ ମୁଁ,


- ତୁମ ସୃତିରେ କବି ଅଭିଜିତ

   

Tuesday, March 15, 2011

ବର୍ଷା

ବର୍ଷା

ମୃଦୁ ବର୍ଷା, ମୃଦୁ ହସ 
ମୃତପ୍ରାଅ ଦେହେମୋର  ଆଣି ପୁଣି ପ୍ରାଣ 
ଶୀତଳ ସବୁଜ ଲାଗେ ଏ ପତ୍ର ଝଡା ବଣ


ମନେପଡେ ଭିଜା ସ୍ବପ୍ନ, ଭିଜା ଆଖି , ଭିଜା ମୁହଁ ସବୁ ଅତୀତର
ସାଉଁଟେ ମୁଁ  ସ୍ବପ୍ନ ସବୁ ଭିଜି ଲକ୍ଷେଥର
ଅଙ୍କା ବଙ୍କା ଧାର ପରି ଅତୀତ ମୋ ତଥାପି ସୁନ୍ଦର, ତଥାପି ସୁନ୍ଦର


ଆଲିଙ୍ଗନ କରେ ବର୍ଷା
ହାତ ଟାଣି ଡାକିନିଏ ମୋ ପୁର-ପଲ୍ଲୀକୁ 
ଗାଁ ଦାଣ୍ଡ ଧୂଳିଖେଳ, କାହାଣୀ ଓ ସାଂଗ ମେଳ
ମନେପଡେ ସେ ବର୍ଷାଦିନ, ମୋ ଓଦା ଓଦା ପିଲାଦିନ 
ଅନୁଭବ କରେ ପୁଣି ଏକା ଭିଜା ବାସ୍ନା,  ଏକା ଭିଜା ବାସ୍ନା


ଭିଜି ଭିଜି କେତେ ଥର ଆଂକେ ଛବି ଯେତେଥର 
ଆଖି ପାଖେ ଯାଏ ଲାଖି, 
ମନ ଖୋଜେ ସେଇ ଆଖି  ସେଇ  ଭସା ସ୍ମୃତି, ସେଇ  ଭସା ସ୍ମୃତି

   
ଉତ୍ସାହ , ଉନ୍ମାଦନା, ପ୍ରେମ,  ବିଶ୍ଵାସ ଓ ଶିହରଣ 
ଆଜି ଖାଲି ଶବ୍ଦ
ଅର୍ଦ୍ଧଦଗ୍ଧ ଆତ୍ମା ଥାଇ ଜଳୁଥିବା ଶବ
ଯୌବନରେ ଖୋଜେ ଆଜି ଅତୀତ ଶୈଶବ, ଅତୀତ ଶୈଶବ
    

ଆକଟ ଯେ ହଜିଗଲା, ଯେତକ ପ୍ରେମର,
ହଜିଗଲା ପିଲାଦିନ ଆଉ ସବୁ କୋଳାହଳ  
ରାସ୍ତା ସବୁ ମୋ ବିବେକପରି ନିରବ ନିଶ୍ଚଳ
ମୁଁ ମଉନରେ ଜଳୁଥିବା, ବରଷାରେ ଫୁଟୁଥିବା, ଏକ ଆଶା ଫୁଲ କଢ 
ଦିନେ ପୁଲକିତ କରିଦେବି ଅବା ଏ ପତ୍ର ଝଡା ବଣ 
ଦିନେ ପୁଲକିତ କରିଦେବି ଅବା ଏ ପତ୍ର ଝଡା ବଣ 


- କୋଉ ଅଜଣା ରାଇଜରୁ ପ୍ରେରିତ ହୋଇ, 
  କବି ଅଭିଜିତ